ଉପକ୍ରମ ଆୟୋଡିନ୍ ଅଭାବ ଜନିତ ଅସୁବିଧା ବର୍ତ୍ତମାନ ବିଶ୍ଵ ସ୍ୱାସ୍ଥ୍ୟଗତ ସମସ୍ୟା ମଧ୍ୟରୁ ଏକ ମୁଖ୍ୟ ସମସ୍ୟା ଅଟେ । ଏହା ବିଶ୍ଵରେ ଏକ ପ୍ରମୂଖ ଭାଗ ଜନଜାତିକୁ ପ୍ରଭାବିତ କରେ ଓ ଏହା ବହୁପୂର୍ବରୁ ମଧ୍ୟ ଆସିଅଛି । ମିଳିଥିବା ସୂଚନା ଅନୁଯାୟୀ ୧.୫ ବିଲିୟନ ଲୋକ ସଂଖ୍ୟା ଏହି ଆୟୋଡିନ୍ ଅଭାବ ଜନିତ ସମସ୍ୟାର ବିପଦ ସଂକୁଳ ଅବସ୍ଥା ମଧ୍ୟରେ ରହିଅଛନ୍ତି । ଆୟୋଡିନ୍ କ’ଣ ? ଶରୀର ଆବଶ୍ୟକ କରୁଥିବା ଅତିକ୍ଷୁଦ୍ର ପୋଷାକ ତତ୍ଵ( ମାଇକ୍ରୋ ନ୍ୟୁଟିୟେଣ୍ଟ) ମାନଙ୍କ ମଧ୍ୟରୁ ଆୟୋଡିନ୍ ପ୍ରମୂଖ ଅଟେ । ଏକ ସାଧାରଣ ମଣିଷର ବିକାଶ ଓ ବୃଦ୍ଧି ନିମନ୍ତେ ପ୍ରତିଦିନ ୧୦୦- ୧୫୦ ମାଇକ୍ରୋଗ୍ରାମ ଏହା ଆବଶ୍ୟକ କରିଥାଏ। ବ୍ୟବହାର (ଗ୍ରହଣ) କରୁଥିବା ଖାଦ୍ୟରେ ଆୟୋଡିନ୍ ଉପୟୁକ୍ତ ମାତ୍ରାର ଅଭାବରେ ଆୟୋଡିନ୍ ଡେଫିସିଏନସି (IDDs) ହୋଇଥାଏ । ପୁନର୍ବାର ଏହା ଥାଇରଏଡ୍ ହରମୋନ୍ସ ପାଇଁ ଏକ ଅତ୍ୟାବଶ୍ୟକ ଉପାଦାନ ଅଟେ । ଯାହାକି ଆବଶ୍ୟକ କରେ : ଉଚିତ୍ ଶାରୀରିକ ଓ ମାନସିକ ବିକାଶ । ଶରୀର ବୃଦ୍ଧିକାରକ ଓ ଶକ୍ତିଦାୟକ ସମସ୍ତ ରସାୟନିକ ପ୍ରକ୍ରିୟାକୁ ନିୟନ୍ତ୍ରଣ । ଆୟୋଡିନ୍ ର ବର୍ଣ୍ଣାଳୀ ଗଳଗଣ୍ଡ ହେଉଛି ବିରାଟ ସମସ୍ୟା ସ୍ପଷ୍ଟଭାବେ ପରିଦୃଷ୍ଟି ଏକ କ୍ଷୁଦ୍ରଅଂଶର ଆଭାସ ମାତ୍ର । ଆୟୋଡିନ୍ ର ଅଭାବରେ ଶାରୀରିକ ଓ ମାନସିକ ଅନଗ୍ରସରତା ଦେଖାଦିଏ । ଏହା ସବୁ ଶ୍ରେଣୀ ( ବୟସାନୁପାତିକ), ଲିଙ୍ଗ ( ଉଭୟ ପୁରୁଷ ଓ ମହିଳା), ଭିନ୍ନ ଭିନ୍ନ ସାମାଜିକ ଓ ଅର୍ଥନୈତିକ ସ୍ତରରେ ରହୁଥିବା ଲୋକଙ୍କ ପ୍ରଭାବିତ କରିଥାଏ । ଏହାର ଫଳ ସ୍ୱରୂପ ଗର୍ଭପାତ, ମୃତଶିଶୁ ଜାତ, ମସ୍ତିଷ୍କ ବିକୃତି ଶିଶୁ, କାଳ- ମୁକ୍ତ, ବାମନ (ବାଙ୍ଗରା), ଟେରା ନିର୍ବୁଦ୍ଧିଆ, ଗଳଗଣ୍ଡ ସବୁ ବୟସରେ ସ୍ନାୟୁବିକ ବିକାର ଇତ୍ୟାଦି ଦେଖାଦିଏ । ବୟସାନୁପାତିକ ଖାଦ୍ୟରେ ଆୟୋଡିନ୍ ପରିମାଣ ବା ମାତ୍ରା ବୟସ ଅନୁମୋଦିତ ଆବଶ୍ୟକ ପରିମାଣ ( ଏକଦିନରେ) ମାଇକ୍ରୋ ଗ୍ରାମ ୦-୧୧ ମାସ ୫୦ ୧୨-୫୯ ମାସ ୯୦ ୬-୧୨ ବର୍ଷ ୧୨୦ ୧୨ ବର୍ଷରୁ ଉର୍ଦ୍ଧ୍ଵ ୧୫୦ ଗର୍ଭବତୀ ଓ ପ୍ରସୂତୀ ୨୦୦ ଉପଯୁକ୍ତ ଆୟୋଡିନ୍ ପାଇପାରୁଥିବା ପରିବେଶରେ ଉପଯୁକ୍ତ ଆୟୋଡିନ୍ ପାଇପାରୁ ନଥିବା ପରିବେଶ ବୃଦ୍ଧିମତ୍ତାର ପରିମାଣର ( ୧୩ ଆଇ.କ୍ୟୁ) ମାତ୍ରା । ଆୟୋଡିନ୍ ଲୁଣର ବିକଳ୍ପ ବ୍ୟବସ୍ଥା ଆୟୋଡିନ୍ ଲୁଣର କୌଣସି ବିକଳ୍ପ ବ୍ୟବସ୍ଥା ନାହିଁ । ପ୍ରତ୍ୟେକ ଖାଦ୍ୟଶସ୍ୟ ତାହାର ବୃଦ୍ଧି ସମୟରେ ମୁତ୍ତିକାରୁ ଏହା ଗ୍ରହଣ କରିଥାଏ । ଯଦି ମାଟିରେ କମ୍ ପରିମାଣରେ ଆୟୋଡିନ୍ ରହିଥାଏ ତାହେଲେ ଏଥିରେ ବୃଦ୍ଧିପାଉଥିବା ଖାଦ୍ୟଶସ୍ୟରେ ମଧ୍ୟ କମ୍ ପରିମାଣରେ ଆୟୋଡିନ୍ ରହେ, ସେଥିପାଇଁ ଆୟୋଡିନ୍ ପାଇବାର ଏକମାତ୍ର ସୁରକ୍ଷିତ ପନ୍ଥା ହେଉଛି ପ୍ରତିଦିନ ଖାଦ୍ୟରେ ନିଶ୍ଚିତ ଭାବରେ ଆୟୋଡିନ୍ ଲୁଣର ଗ୍ରହଣ । ବ୍ୟବହାର କ’ଣ କରିବା ଉଚିତ୍ ସର୍ବଦା ଆୟୋଡିନ୍ ଲୁଣକୁ ପ୍ଲାଷ୍ଟିକ, କାଚ, କାଠ ଓ ମାଟି ପାତ୍ରରେ ଘୋଡାଇ ରଖିବା ଉଚିତ୍ । ଏହାକୁ ଅଧିକ ଦିନ ନରଖି ଯଥାଶୀଘ୍ର ବ୍ୟବହାର କରନ୍ତୁ । ସିଧାସଲକ ( ପ୍ରତୀକ୍ଷ) ସୂର୍ଯ୍ୟକିରଣ ଓ ଗରମ ତାପମାତ୍ରା ଠାରୁ ଦୂରେଇ ରଖନ୍ତୁ । ଆର୍ଦ୍ରତା ( ସନ୍ତସନ୍ତିଆ) ଠାରୁ ଦୂରରେ ରଖନ୍ତୁ । ସନ୍ତସନ୍ତିଆ ହେଲେ ଏହା ଜମାଟ ବାନ୍ଧିଯାଏ ଓ ଏଥିରେ ଥିବା ଆୟୋଡିନ୍ ଗୁଣାତ୍ମକ ମାନ ହ୍ରାସ ହୋଇଥାଏ। ସର୍ବଦା ଲୁଣ କିଣିବା ପୂର୍ବରୁ ହସୁଥିବା ସୂର୍ଯ୍ୟର ଲୋଗୋ ଦେଖି କିଣନ୍ତୁ । କ’ଣ କରିବା ଅନୁଚିତ ? ଆୟୋଡିନ୍ ଯୁକ୍ତ ଲୁଣ ରଖିଥିବା ପାତ୍ରକୁ ଖୋଲା ରଖନ୍ତୁ ନାହିଁ । ମେଟାଲ୍ ପାତ୍ରରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ । ଅଧିକ ଦିନ ଧରି ରହିବା ଆୟୋଡିନ୍ ଲୁଣରେ ଆୟୋଡିନ୍ ର ଗୁଣାତ୍ମକ ମାନ ହ୍ରାସ ଘଟେ । ୬ ମାସରୁ ଅଧିକ ଦିନ ଗଚ୍ଛିତ କରି ରଖନ୍ତୁ ନାହିଁ । ଭଲ ଭାବରେ ପବନ ଚଳାଚଳ କରୁ ନଥିବା ଓ ସନ୍ତସନ୍ତିଆ ସ୍ଥାନରେ ଏହାକୁ ଗଚ୍ଛିତ କରି ରଖନ୍ତୁ ନାହିଁ । ଖୋଲା ପ୍ୟାକେଟ୍ ରେ ରଖନ୍ତୁ ନାହିଁ । ଖୋଲା ବଗଡା ଲୁଣ କିଣନ୍ତୁ ନାହିଁ (ଗାଈ ଗୋରୁମାନଙ୍କ ପାଇଁ ମଧ୍ୟ) ଆୟୋଡିନ୍ ର ମାତ୍ରା ଲୁଣରେ କେତେ ରହିବା ଦରକାର:- ଉତ୍ପାଦନକାରୀଙ୍କ ସ୍ତର – ୩୦ ପି.ପି.ଏମ୍ ( parts per million ) ରୁ କମ୍ ନୁହେଁ ଶୁଖିଲା ଦ୍ରବ୍ୟ ଓଜନ ନୀତି ଅନୁପାୟୀ ବଣ୍ଟନ / ବ୍ୟବହାର କରିବା ସ୍ତର – ୧୫ ପି.ପି.ଏମ୍ (( parts per million ) ରୁ କମ୍ ନୁହେଁ ଶୁଖିଲା ଦ୍ରବ୍ୟ ଓଜନ ନୀତି ଅନୁପାୟୀ ଆୟୋଡିନ୍ ଅଭାବଜନିତ ସମସ୍ୟା ଦୂରୀକରଣର ଉପାୟ ସବୁଠାରୁ ସହଜ ଓ ସରଲ ଉପାୟ ହେଉଛି ପ୍ରତିଦିନ ଖାଦ୍ୟରେ ଆୟୋଡିନ୍ ଯୁକ୍ତ ଲୁଣର ବ୍ୟବହାର । ଲୁଣ କିଣିବା ସମୟରେ ଲୋଗୋ ( ହସୁଥିବା ସୂର୍ଯ୍ୟ ) ଦେଖି ଲୁଣ କିଣିବା । ଶିଶୁକୁ ଛ’ ମାସ ପର୍ଯ୍ୟନ୍ତ କେବଳ ସ୍ତନ୍ୟପାନ କରାଇବା । IDD କାର୍ଯ୍ୟସୂଚୀ ବା ତାଲିକା (Agenda) କୁ ସ୍ୱାସ୍ଥ୍ୟ ବିଭାଗର ବିଭନ୍ନ ମିଳିତ ବୈଠକରେ ଧାର୍ଯ୍ୟ କରାଇବା । ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଶିକ୍ଷୟିତ୍ରୀ/ ଶିକ୍ଷକ, ପଞ୍ଚାୟତିରାଜର ସଭ୍ୟ ଓ ସଭ୍ୟା, ସ୍ଵୟଂ ସହାୟକ ଗୋଷ୍ଠୀ ଓ ମତାମତ ପ୍ରଦାନକାରି ମାନେ କମ୍ୟୁନିଟି ମେମ୍ବର ମାନଙ୍କୁ କେବଳ ଆୟୋଡିନ୍ ଲୁଣର ବ୍ୟବହାର, ଗଚ୍ଛିତ ପ୍ରଣାଳୀ, ଚିହ୍ନଟ କରିବା ( ହସୁଥିବା ସୂର୍ଯ୍ୟ) ର ଲୋଗୋ ଓ ଏହାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ବିଷୟରେ ଅବଗତ କରାଇବା । ଆଧାର - ୟୁନିସେଫ