ଉପକ୍ରମ ଅତ୍ୟଧିକ ଖରାରେ ଶରୀରର ତାପମାତ୍ରା ବଢିଗଲେ ବ୍ୟକ୍ତି ଅଂଶୁଘାତର ଶିକାର ହୁଏ ଯେତେବେଳେଶରୀରରେ ତାପମାତ୍ରା ୪୦.୬ ଡିଗ୍ରୀ ସେଲସିୟମ୍ ଅବା ୧୦୫.୧ ଡିଗ୍ରୀ ଫାରେନାଇଟ୍ ରୁ ଅଧିକ ହୁଏ ଅଂଶୁଘାତ ହୋଇଥାଏ । କାରଣ ଅତ୍ୟଧିକ ଖରା ଯୋଗୁଁ ଶରୀରର ତାପମାତ୍ରା ୪୦.୬ ଡିଗ୍ରୀରୁ ଅଧିକ ବୃଦ୍ଧି ପାଏ । ଅର୍ଥାତ୍ଶରୀରରତାପମାତ୍ରା ଅସ୍ଵାଭାବିକ ଭାବରେ ବଢିଯାଏ । ଲକ୍ଷଣ ତ୍ଵଚା ଶୁଖିଯାଏ, ତାତିଯିବା ସହ ଲାଲ୍ ପଡିଯାଏ । ହୁତ୍ ସ୍ପନ୍ଦନ ହ୍ରାସ ଯାଏ । ଶ୍ଵାସକ୍ରିୟାର ବେଗ ବଢିଯାଏ, ଚେତା ଶୂନ୍ୟ ହୋଇଯାଏ, ମାଂସପେଶୀ ଦୁର୍ବଳ ହୋଇଯାଏ, ତଣ୍ଟି ଶୁଖିଯାଏ, ମୁଣ୍ଡବ୍ୟଥା ହୁଏ, ଦେହ ହାତ ଘୋଳାବିନ୍ଦ ହେବା ସହ ବାନ୍ତି ଓ ଦୁର୍ବଳ ଲାଗେ ଆଦି ବିଭିନ୍ନ ପ୍ରକାର ଲକ୍ଷଣ ଦେଖାଯାଏ । ନିରାକରଣ ରୋଗୀକୁ ଥଣ୍ଡା ସ୍ଥାନକୁ ନେଇଯାଆନ୍ତୁ । ଏୟାର – କଣ୍ଡିସନ୍ ର ରୁମ୍ କୁ ନେଇଗଲେ ଭଲ ।ଯଦି ଏହି ସୁବିଧା ନଥାଏ ତେବେ ଛାଇ ସ୍ଥାନରେ ରଖନ୍ତୁ । ରୋଗୀକୁ ପ୍ରଚୁର ପରିମାଣରେ ଥଣ୍ଡା ପାଣି, ଲେମ୍ବୁ – ଲୁଣ ସରବତ ତୋରାଣି, କାଞ୍ଜି ପାଣି, ପଇଡ ପାଣି ଓ ଓ.ଆର.ଏସ୍ ପାଣି ପିଇବାକୁ ଦିଅନ୍ତୁ । ରୋଗୀଠାରେ ଥଣ୍ଡା ପାଣି ଛିଞ୍ଚନ କରିପାରିବେ, ଓଦା କପଡାରେ ଦେହକୁ ବାରମ୍ବାର ପୋଛନ୍ତୁ । ରୋଗୀକୁ ଥଣ୍ଡା ପାଣିରେ ଗାଧୋଇ ଦେଇପାରିବେ । ଉତ୍ତମ ରକ୍ତ ସଞ୍ଚାଳନପାଇଁ ରୋଗୀର ଚର୍ମକୁ ସମାଜ୍ କରନ୍ତୁ । ରୋଗୀ ଚେତାଶୁନ୍ୟ ହୋଇଥିଲେ, ତା’ ପାଟିରେ କୌଣସି ଜିନିଷ ପୁରାଇ ରଖନ୍ତୁ ନାହିଁ । ପାଟି ଖୋଲିବା ପାଇଁ କିଛି ପୁରାଉଥିଲେ , ସଙ୍ଗେ ସଙ୍ଗେ ବାହାର କରି ଆଣିବା ଦରକାର । ଆଚେତ ଅବସ୍ଥାରେ ରୋଗୀ ଥିଲେ ତାଙ୍କୁ ପାଣି ପିଆନ୍ତୁ ନାହିଁ । ରୋଗୀକୁ ଡାକ୍ତରଙ୍କ ପାଖକୁ ନେଇଯାଆନ୍ତୁ । ଅତ୍ୟଧିକ ତାପମାତ୍ରା ରୋଗର କାରଣ ଆମେ ଗ୍ରୀଷ୍ମ ପ୍ରଧାନ ଅଞ୍ଚଳରେ ରହୁ । ତେଣୁ ଅଳ୍ପ ବହୁତେ ଅଧିକ ଖରା ସହ ଆମେ କିଛି ମାତ୍ରାରେ ଅଭ୍ୟସ୍ତ । ଏପ୍ରିଲ ମାସରେ ୪୫-୪୬ ଡିଗ୍ରୀ ସେଣ୍ଟିଗ୍ରେଡ୍ ର ତାପମାତ୍ରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି । ଶରୀରର ବିଭନ୍ନ ଅଙ୍ଗରେ ଏହାର ପ୍ରଭାବ ପଡିଛି । ସାଧାରଣତଃ ଏହାର ପ୍ରଭାବ ଆଖି, ତ୍ଵଚା, ମୁହଁ, ଯାହାକି ବାହାରକୁ ଦେଖାଯାଏ, ତା’ର ଉପରେ ବେସୀ ପଡେ । ଏହାବ୍ୟତୀତ ଅତ୍ୟଧିକ ଖରାରେ କାମ କାଲେ ବ୍ୟକ୍ତି ଆଂଶୁଘାତର ଶିକାର ହୁଏ । ଏଣୁ ଅତ୍ୟଧିକ ଖରାରେ କାର୍ଯ୍ୟ କରନ୍ତୁ ନାହିଁ କି ବାହାରକୁ ବାହାରନ୍ତୁ ନାହିଁ । ଅତି ଜରୁରି ଥିଲେ ସାଙ୍ଗରେ ଛତା, କଳା ଚଷମା, ଟୋପି ପାଣି ଓ ଓଦା ଗାମୁଛା ନେଇ ଯାଆନ୍ତୁ । ବିଶେଷ କରି ଡାଇବେଟିସ୍, ବ୍ଲଡ୍ ପ୍ରେସର ଓ ମାନସିକ ରୋଗୀ ଏବଂ ଆଜ୍ମା ରୋଗରେ ଔଷଧ ଖାଉଥିବା ବ୍ୟକ୍ତି ଅଧିକ ସତର୍କ ରହିବା ଜରୁରି । ଆଧାର ପ୍ରମେୟ ୨୨ ଏପ୍ରିଲ ୨୦୧୬