ସୂତିକାରୋଗ ଆୟୁର୍ବେଦ ଶାସ୍ତ୍ରରେ ପ୍ରସବ ପରେ ଜ୍ଵର ଆଦି ଯେକୌଣସି ରୋଗ ଉତ୍ପନ୍ନ ହୁଏ, ତାଙ୍କୁ ସୂତିକା ରୋଗ କୁହାଯାଏ । ପ୍ରସବର ପରେ ସାଧାରଣତଃ ଜ୍ଵର କମ୍ପ, ତୃଷା, ଦେହହାତ ବିନ୍ଧିବା ( ରକ୍ତକ୍ଷୟଜନିତ) ଦେହ ଭାରି ଲାଗିବା ( ଥଣ୍ଡା ଯୋଗୁଁ) ଅତିସାର, ଶୋଥ ଅତି ରକ୍ତସ୍ରାବ ଆଦି ଭିଭିନ୍ନ ରୋଗ ହୋଇଥାଏ । ତେଣୁ ନିମ୍ନୋକ୍ତ ଔଷଧଗୁଡିକ ସେବନୀୟ ସମୟ ସମୟରେ ଗର୍ଭାଶୟଟି ମଧ୍ୟ ଘୋଷାରା ମଧ୍ୟରେ ତଳକୁ ଖସିଆସେ ଯୋନିଦ୍ଵାର ଦୁଇ ତେଣୁ ଉପରୋକ୍ତ ରୋଗଗୁଡିକ ଯଦି ପ୍ରସବର ପରେ ପରେ ସଙ୍ଗେ ସଙ୍ଗେ ଚିକିତ୍ସା ନ କରାଯାଏ ତେବେ ସେ ରୋଗଗୁଡିକକ୍ରମେ ବଡ ଆକାର ଧାରଣ କରି ରୋଗୀକୁ ଅତି କଷ୍ଟରେ ପକାଇ ଥେବ । ଏପରିକି ମୃତ୍ୟୁମୁଖରେ ମଧ୍ୟ ପକାଇଥାଏ । ଚିକିତ୍ସା ପ୍ରଥମତଃ ଦଶମୂଳ ସିଝାଇ ତାର ଜଳକୁ ସକଳ ସନ୍ଧ୍ୟାରେ ସେବନୀୟ । ଏହାଦ୍ଵାରା ସୂତିକା ପରର ସମସ୍ତ ରୋଗ ଭଲ ହୁଏ । ଶାଳପୂର୍ଣ୍ଣ, କୃଷ୍ଣପୂର୍ଣ୍ଣି, ଲବେଙ୍ଗୁଚି ଅଙ୍କରାନ୍ତି, ଗୋକ୍ଷୁରା, ନୀଳପୁଷ୍ଣ, ବାଶକେରେଣ୍ଟା, ମୁମ୍ପା, ଶୁଣ୍ଠି, ଗୁଳୁଚି ପ୍ରସାରଣି । ଏ ସମସ୍ତଙ୍କୁ ୫ ଗ୍ରାମ୍ ଲେଖାଏଁ ନେଇ ଆଠ ଗୁଣ ଜଳ ଦେଇ ସିଝାଇ ୧ ଗୁଣ ଜଳ ରାଖୀ ସକାଳ ସନ୍ଧ୍ୟା ସେବନୀୟ । ଗରମ ଭାତସହ ଶୁଣ୍ଠି ୧୦ ଗ୍ରାମ୍ ଘୃତ ୩୦ ଗ୍ରାମ୍ ପ୍ରତିଦିନ ନିତ୍ୟାନ୍ତ ସେବନୀୟ । ପିପ୍ପଳୀ, ପିପ୍ପଳୀ ମୂଳ, ଚଦ୍ୟମ, ଚିତ୍ରକ ଶୁଣ୍ଠି ଏ ସମସ୍ତକୁ ସମଭାଗ ଦେଇ ଗୁଣ୍ଡକରି ୧ ଚାମଚ ଲେଖାଏଁ ଦିନକୁ ତିନିଥର ଖାଇବାକୁ ଦେବେ । ଶାସ୍ତ୍ରୟ ଔଷଧ ସୂତିକାପରେ ୧. ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । ୨. ମୃତ ସଂଜୀବନୀ ସୁରା ୩ ଚାମଚ ଲେଖାଏଁ ଦିନକୁ ୨ ଥର ଆସେବନୀୟ । ଗରମ ଖାଦ୍ୟସହ ଘୃତ – ୩୦ ଗ୍ରାମ୍ ଓ ଶୁଣ୍ଠି ୧୦ ଗ୍ରାମ୍ ମିଶାଇ ସେବନୀୟବ । ଦିନକୁବ ୨ ଥର ରୋଗୀର ସମସ୍ତ ଶରୀରାଙ୍ଗ ଗୋଘୃତ ବା ସୋରିକ୍ଷତେଲ ଉଷୁମ କରି ମାଲିସ କରିବ ଓ ଅତି କମ୍ ରେ ୧ ମାସ ଶଯ୍ୟାରେ ଶୋଇରହିବ । ଆଧାର: କନକ ନ୍ୟୁଜ