ସୂତିକା ଜ୍ଵର ସୂତିକା ପରେ ଅର୍ଥାତ ଶିଶୁ ଜନ୍ମ ହେବାପରେ ଯେଉଁ ଜ୍ଵର ହୁଏ ତାକୁ ସୂତିକା ଜ୍ଵର କୁହାଯାଏ । ଲକ୍ଷଣ ପେଟ ମଧ୍ୟରେ କର୍ତ୍ତନବତ୍ ବେଦନାନୁଭବ । ସାରା ଶରୀରରେ ଅତି ପୀଡା ଅନୁଭବ । ପତଳାଝାଡା ମଧ୍ୟ ହୁଏ । ଜ୍ଵର ହୁଏ ଅର୍ଥାତ୍ ଶରୀରର ତାପମାତ୍ରା ବଢିଯାଏ । ଦେହ ଦରଜ ସହ ଫୁଲିଥାଇପାରେ । ଦେହ ଭାରି ଭାରୀ ଲାଗେ । ତୁଷା ହୁଏ । ଦେହ ଥରିଲା ପରେ ଅନୁଭବ ହୁଏ । ରକ୍ତ ଲକ୍ଷଣଗୁଡିକ ସାଧାରଣତଃ ଶିଶୁଜନ୍ମର ୨ୟ ବା ତୃତୀୟ ଦିନ ଦେଖାଯାଏ । ତଳିପେଟ ଓ ଅଣ୍ଟା ଦରଜ ହୁଏ । କାରଣ ଠିକ୍ ସମୟରେ ଶିଶୁ ଜନ୍ମ ନ ହେଲେ । ଶିଶୁ ଜନ୍ମ ସମୟରେ ଅତି ଭୟ କରିଗଲେ । ସୂତିକାବସ୍ଥାରେ ସଫାସୁତୁରା ନ ରହିଲେ ସଂକ୍ରମଣ ଦ୍ଵାରା ସୂତିକା ଜ୍ଵର ହୋଇଥାଏ । ଚିକିତ୍ସା ଉପରୋକ୍ତ କାରଣଗୁଡିକ ବର୍ଜନୀୟ ଓ ଚିକିତ୍ସ୍ୟ । ମୁଖ୍ୟତଃ ଉପବାସ ବା ଯେତେ ପାର କମ୍ ଓଜନର ଗରିଷ୍ଠ ଖାଦ୍ୟ ଖାଇବ । ମୁଖ୍ୟତଃ ପୁଷ୍ଟିକର ଖାଦ୍ୟ ଖାଇବ ଯାହା କି ଶୀଘ୍ର ହଜମ ହୋଇପାରିବ । ଯଥା – ପରିବାସିଝା , ରୁଟି ଗୋଘୃତ, ଅଣ୍ଡା , ମାଂସ ଇତ୍ୟାଦି । ସମ୍ପର୍କ ଶୋଇ ରହିବେ ଓ ଥଣ୍ଡାଠାରୁ ଦୂରରେ ରହିବେ ୧ ମାସ ପର୍ଯ୍ୟନ୍ତ । ତଳିପେଟ ଓ ଯୌନାଙ୍ଗକୁ ଗୋଘୃତ ବା ଉଷୁମ ସୋରିଷତେଲରେ ମାଲିସ୍ଵ କରି କନାବିଣ୍ଡାକୁ ନିଆଁରେ ଦେଖାଇ ଉଷୁମ କରି ସେକ ଦେବ । କଷା, ପିତା ଓ ଉତ୍ତେଜକ ଖାଦ୍ୟ ଖାଇବା ଉଚିତ । ତୁଟୁକା ଔଷଧ ଶୁଦ୍ଧ ହିଙ୍ଗୁଳ, ଗନ୍ଧକ ଟାଙ୍ଗଣାଖାଇ, ଜାଫ୍ରାନ କେଶର ଅଙ୍କରାନ୍ତି ସମଭାଗ ନେଇ ଆଡ ବା ପାନ ରସରେ ମିଶାଇ କରି ସକାଳ ସନ୍ଧ୍ୟାରେ ୧ ଗ୍ରାମ ଲେଖାଏଁ ସେବନୀୟ । କଳାଜୀରା ବସ ଗ୍ରାମକୁ ୧୦୦ ମି.ଲି. ଜଳରେ ସିଝାଇ ଅଧା ରହିଲେ ତାକୁ ପାନ କରିବ । ସପ୍ତାହକୁ ୩ ଥର । ଏହା ଦ୍ଵାରା ସମସ୍ତ ସୂତିକା ରୋଗ ଭଲ ହୁଏ । ଶାସ୍ତ୍ରୀୟ ଔଷଧ ୧. ସର୍ବଜ୍ଵର ହର ଲୌହ, ମୃତ୍ୟୁଞ୍ଜୟ ରସ, ମେଥିମୋଦକ ଦଶମୁଲାରିଷ୍ଟ ଜିରକାଦି ମୋଦକ ମୃତସଞ୍ଜୀବନୀ ସୁରା, ପ୍ରତାପ ଲଙ୍କାଶ୍ଵର ରସ ବୃହତ୍ ଗର୍ଭ ଚିନ୍ତାମଣି ରସ ଇତ୍ୟାଦି । ସୂତିକା ଜ୍ଵର ପାଇଁ ସର୍ବଜ୍ଵରହର ଲୌହ – ୧ଟି ବଟିକା ଦିନକୁ ୨ ଥର ଗଙ୍ଗଶିଉଳି ପତ୍ର ରସ ସହ । ଦଶମୁଲାରିଷ୍ଟ – ୩ ଚାମଚ ଲେଖାଏଁ ଦିନକୁ ୨ ଥର । ମୃତସଂଜୀବନୀ ସୁରା – ୩ ଚାମଚ ଲେଖାଏଁ ଦିନକୁ ୨ ଥର । ଆଧାର – ସରକାରୀ ଆୟୁର୍ବେଦ ଅନୁଷ୍ଠାନ