ଉପକ୍ରମ ବ୍ୟାୟମ କି ଶାରୀରିକ ପରିଶ୍ରମ କଥା ପଡିଲେ ଆପଣ ସମୟ ପାଉନି ବୋଲି ପ୍ରାୟତଃ କହିଥାନ୍ତି । କିନ୍ତୁ ଏହା ଏକ ସଫେଲ, କେବଳ ଗୋଟିଏ ବାହାନା । ଏମିତି କହି ଆପଣ କାହାକୁ ଠକୁଛନ୍ତି? ଆପଣଙ୍କୁରୋଗ ହେଲେ ତ ଆପଣଙ୍କ କୋଠା ବିକ୍ରି ହୋଇଯିବ ଓ ଆପଣଙ୍କ ପଇସାରେ କୋଠା ପିଟିବେ ଡାକ୍ତର ମୋ ସାନକୁହା ମାନନୁ । ନିଜ ପକେଟକୁ ଖାଲିକରି ଡାକ୍ତରଙ୍କ ପକେଟକୁ ଭାରନ୍ତୁନି । ଓଜନ ବଢୁଛି ପେଟ ବାହାରି ପଡିଲାଣି? ପ୍ୟାଣ୍ଟର ବୋତାମ ଦେଇ ହେଉନି? ପିଚାରେ ବି ଜମି ଆସିଲାଣି ଚର୍ବି? ମନଚା ଉଦାସିଆ ରହୁଛି ଏଥିପାଇଁ? ଏହାର ସମାଧାନ ତ ଆପଣଙ୍କ ହାତରେ । ଖାଇବା କମେଇବେ, ଚାଲିବା କମେଇବେ, ଚାଲିବା ବଢେଇବେ – ବାସ୍, ଏଇଆ ହିଁ ଆପଣଙ୍କ ସମସ୍ୟାର ସରଲ ସମାଧାନ । ଖାଇବାରେ ପେଟର ଦାବି, ଜିଭର ଦାବିଓ ମନର ଦାବିକୁ ଶୁଣିବେନି । ଭୋକ ପୂରାପୂରି ମରିଯିବା ପର୍ଯ୍ୟନ୍ତ ଖାଇବା ମନା । ସୁଆଦିଆଖାଦ୍ୟ ଖାଇବା ନିମନ୍ତେ ମନ ସବୁବେଳେ ଖୁଜୁବୁଜୁ ହେଉଥାଏ । ଜମା ପଡିବେନି ତା’ ପ୍ରଲୋଭନରେ । ଚିନି, ଗୁଡ ଓ ମିଠା ଲାଗୁଥିବା ସବୁପ୍ରକାରର ଖାଦ୍ୟ କାଁ ଭାଁ ପାଟିରେ ନେବେ ସିନା, ନୋହିଲେ ତାକୁ ସବୁବେଳେ ଡରିକରି ରହିଥିବେ । ତେଲ ଘିଅ ଓ ଏଥିରେ ଛଣାଛଣି ବରା, ପିଆଜି, ପକୁଡି ସିଙ୍ଗଡା, ପୁରି ଲୁଚିପରଟାଇତ୍ୟାଦି ବିଚାରିବେ ପହିଲା ନମ୍ବରଶତ୍ରୁ । ବଡ ଅଦ୍ଭୁତ ଏ ଜିଭ ଚାଖଣ୍ଡକର ଚରିତ୍ର । ଏହାର ସବୁଥିରେ ଲୋଭ; ମିଠାରେ ଲୋଭ ଖଟାରେ ଲୋଭ ଲୁଣିଆରେ ଲୋଭ ପିତାରେ ବି ଲୋଭ । ଜିଭକୁ ଯଦି ଜବତକରି ରଖିପାରିବେ, ତେବେ ଓଜନ ବଢିବା ସମସ୍ୟା ଜୟ କରିପାରିବେ । ଅତି ସହଜରେ । ତେବେ ଖାଇବା ଉପରେ ନିୟନ୍ତ୍ରଣ ଆଣିବା ଅର୍ଥ, ଶରୀର ପାଇଁ ଓଜନ ଆମଦାନୀରେ ନିୟନ୍ତ୍ରଣ ଆଣିବା । ମାତ୍ର ଏତିକିରେ ସଫଳତା ମିଳିଯିବା କଷ୍ଟ । ଆମଦାନୀ ହ୍ରାସ କରିବା ସହ ଓଜନର ରପ୍ତାନିକୁ ମଧ୍ୟ ବଢେଇ ଦେବାକୁ ପଡିବ । ଓଜନର ରପ୍ତାନି ଅର୍ଥ ଶାରୀରିକ ପରିଶ୍ରମ କି ବ୍ୟାୟାମ କରି ଦେହରେ ଜମିଥିବା ଚର୍ବିକୁ ବେଶି ବେଶି ବ୍ୟୟ କରିପାକେଇବା । ଯେତେ ବେଶି ଶାରୀରିକ ପରିଶ୍ରମ, ଶରୀରରୁ ସେତେ ବୟସ୍କ ? ଆପଣ ଜଣେ ପୁରୁଷ? ଆପଣ ଜଣେ ମହିଳା ? ଆପଣ ଯାହା ହୋଇଥାଆନ୍ତି ନା କାହିଁକି, ଅସୁସ୍ଥ ହେବାକୁ ତ ଚାହୁଁନାହାନ୍ତିନା । ଚାହୁଁଛନ୍ତି ସୁସ୍ଥ ରହିବେ ଓ ସନ୍ଦର ଦେଖାଯିବେ । ଫିଟ୍ ରହିବା ପାଇଁ ଚାହିଁଲେ ଆପଣଙ୍କୁ କିଛି ଟିକସ ପଇଠ କରିବା ପାଇଁ ପଡିବ । ଏଠି ଟିକସର ଅର୍ଥ ଖାଦ୍ୟ ନିୟନ୍ତ୍ରଣ ଓ ନିୟମିତ ବ୍ୟାୟାମ କି ଶାରୀରିକ ପରିଶ୍ରମ । ବ୍ୟାୟାମ କି ଶାରୀରିକ ପରିଶ୍ରମ କଥା ପଡିଲେ ଆପଣ ସମୟ ପାଉନି ବୋଲି ପ୍ରାୟତଃ କହିଥାନ୍ତି । କିନ୍ତୁ ଏହା ଏକ ସଫେଇ, କେବଳ ଗୋଟିଏ ବାହାନା ଏମିତି କହି ଆପଣ କାହାକୁ ଠାକୁଛନ୍ତି? ଡାକ୍ତରଙ୍କୁ ନା ନିଜକୁ? ଆପଣଙ୍କୁ ରୋଗ ହେଲେ ତ ଆପଣଙ୍କ କୋଠା ବିକ୍ରି ହୋଇଯିବ ଓ ଆପଣଙ୍କ ପଇସାରେ କୋଠା ପିଟିବେ ଡାକ୍ତର। ମାସାନକୁହା ମାନନୁ ନିଜ ପକେଟକୁ ଖାଲିକରି ଡାକ୍ତରଙ୍କ ପକେଟକୁ ଭାରନ୍ତୁନି । ଆପଣଙ୍କ ଶରୀରର ଓଜନ କମେଇବା ପାଇଁ ଅନେକ ସୁଯୋଗ ଅଛି । ଏଥିରେ ଆପଣ ଟିକିଏ ଖାଲି ମନ ଦେଲେ ହେଲା । ଅଫିସ୍ ରେ ଥିବାବେଳେ ନିଜ ଓଜନ କମେଇବା ପାଇଁ ଆପଣ କେତୋଟି ପଦକ୍ଷେପ ନେଇପାରିବେ । ଘରେ ଥିବା ବେଳେ ବି କେତୋଟି ସହଜ ସରଲ ପଦକ୍ଷେପ ନେଇ କମେଇ ପାରିବେ ଆପଣଙ୍କ ଓଜନ । ଅଫିସ୍ କି କର୍ମକ୍ଷେତ୍ରରେ ଥିବାବେଳେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ହାଲୁକା କାମରେ ନିଯୁକ୍ତ । କାମଟା ସିନା ହାଲୁକା, ହେଲେ କର୍ମସ୍ଥଳରେ କଟେଇବା ପାଇଁ ପଡିଥାଏ ଖୁବ୍ କମ୍ ରେ ସାତ/ଆଠ ଘଣ୍ଟାସମୟ । ସାତ/ ଆଠ ଘଣ୍ଟା ସମୟ ମାନେ ଦିନମାନର ପ୍ରାୟ ଏକ ତୃତୀୟାଂଶ । କାଗଜ କାମ କରିବା ସଙ୍ଗେ ସଙ୍ଗେ ଦେହକୁ ଫିଟ୍ କରିବା ନିମନ୍ତେ ବି ଦେହର କିଛି କିଛି ବ୍ୟାୟାମ କରିବା ଦରକାର ନା ନାହିଁ? ସହକର୍ମୀଙ୍କ ସହ କିଛି ଆଲୋଚନା କରିବେ? ବାସ୍, ଠିଆ ହୋଇପଡନ୍ତୁଓ ଜାରିରଖନ୍ତୁ ‘ୱାକିଂ ଓ ଟକିଂ’ । ଅର୍ଥାତ୍ ତାଙ୍କ ସହ କଥାବାର୍ତ୍ତା କରୁଥାନ୍ତୁ ଓ ସେହି ପାଖରେ ଚାଲୁଥାନ୍ତୁ । ଫୋନ୍ ରିଂ ହେଲେ ଠିଆ ହୋଇପଡି ଟେଲିଫୋନ୍ ରେ କଥା ହୁଅନ୍ତୁ । କଥାବାର୍ତ୍ତା ସରିବା ପରେ ବସିପଡନ୍ତୁ । ଅଫିସ୍ ରେ କାହାକୁ ଡାକିବାର ଥିଲେ ଟେଲିଫୋନ୍ ରେ ନ ଡାକି ତାଙ୍କୁ ଟେବୁଲ ପାଖକୁ ଯାଇ କଥା ହୁଅନ୍ତୁ । ଅଫିସ୍ ର ଉପରେ ମହାଳାକୁ ଯିବା ନିମନ୍ତେ ଲିଫ୍ଟ କି ଏଲିଭେଟର ବ୍ୟବହାର ନ କରି ସିଡି ଚଢି ଯାଆନ୍ତୁ ଓ ଶିଡି ବାଟେ ଓହ୍ଲେଇ ଆସନ୍ତୁ । ନୋହିଲେ କିଛି ମହଲା ଲିଫ୍ଟରେ ଯାଇ ଅବଶିଷ୍ଟ କେତୋଟି ମହଲା ଉଠିବା ନିମନ୍ତେ ଶିଡି ବ୍ୟବହାର କରନ୍ତୁ । ବସ୍ ଷ୍ଟାଣ୍ଡ କି ରେଳଷ୍ଟେଶନ ଅପେକ୍ଷା କରିଥିବାବେଳେ ଗୋଟିଏ ଜାଗାରେ ବସି ନ ରହି ମଝିରେ ମଝିରେ ଚଲାବୁଲା କରନ୍ତୁ । ସବୁଦିନର କାର୍ଯ୍ୟସୂଚୀ ଲେଖିରଖିବା ସମୟରେ ନିଜର ସ୍ୱଳ୍ପ ସମୟ ବ୍ୟାୟାମ ପାଇଁ ମଧ୍ୟ ସୂଚୀରେ ଲେଖିରଖନ୍ତୁ ଓ ତାକୁ ଶ୍ରଦ୍ଧାର ସହ ପାଳନ କରନ୍ତୁ । ବସ୍ ରେ ଯିବା ଆସିବା କରୁଥିଲେ ଘରପାଖ ଓ ଅଫିସ ପାଖ ବସଷ୍ଟଯରେ ନ ଚଢି କି ନ ଓହ୍ଲେଇ କିଛିବାଟ ଚାଲିଚାଲି ଯାଇ ପରମରତ୍ତି ବସଷ୍ଟପ୍ ରେ ବସ୍ ଧରନ୍ତୁ କି ପୂର୍ବ ବସଷ୍ଟପ୍ ରେ ବାସ୍ ରୁ ଓହ୍ଲେଇ ପଡନ୍ତୁ ଓ ଚାଲିଚାଲି ବାକିତକ ରାସ୍ତା ଅତିକ୍ରମ କରନ୍ତୁ । ସମୟ ପାଇଲେ ନିଜ ଅଫିସ ପରିସରରେ ଟିକିଏ ଘୁରି ଆସନ୍ତୁ । ଘରେ ଥିବାବେଳେ ଘରେ କାମ କରିବା କି ବ୍ୟାୟାମ କରିବା ସହଜ ଆରାମପ୍ରଦ ଓ ନିରାପଦ । ବରଂ ଘରେ ଆପଣ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରୁଥିବାର ଦେଖି ସନ୍ତାନମାନେ ମଧ୍ୟ ତାହା ଅନୁକରଣ କରିବେ ଓ ଏହାର ଫାଇଦା ପାଇପାରିବେ । ଡ୍ରଇଂ ରୁମ୍ ରେ ବସି ଟିଭି ଦେଖିବାରେ ମନା ନାହିଁ, କିନ୍ତୁ ତାହା ବ୍ୟାୟାମ ମନୋରଞ୍ଜନର ବିକଳ୍ପ ନ ହେଉ । ତା’ ହେଲେ ଘରେ ଥିବାବେଳେ କ’ଣ କରିବେ ? ଘରେ ଚାକର କି ଚାକରାଣୀ ନିଯୁକ୍ତ ଣ କରି ନିଜେ ଘରେ ବାସନ ମାଜନ୍ତୁ । ଘରେ ଝାଡୁ ଦିଅନ୍ତୁ ଲୁଗା ସଫା କରନ୍ତୁ । ଇସ୍ତ୍ରି କରନ୍ତୁ । ବଜାରକୁ ଚାଲିଚାଲି ଯାଇ ଓ ହାତରେ ବ୍ୟାଗ୍ ଧରି ସଉଦା କିଣନ୍ତୁ ଏବଂ ସଉଦା ବ୍ୟାଗ୍ ହାତରେ ଓହଲେଇ ଘରକୁ ଫେରନ୍ତୁ । ଘରେ ବଗିଚା କରିଥିଲେ ମାଳୀ ନିଯୁକ୍ତ ନ କରି ବଗିଚାର ସବୁକାମ ନିଜେ ନିଜେ କରନ୍ତୁ । ବରଂ ଫୁଲକୁଣ୍ଡ କେତୋଟି ରାଖୀ ନିୟମିତ ସେଗୁଡିକର ଯତ୍ନ ନେଲେ ଉପକାର ହେବ । ସକାଳ ଜଳଖିଆ ଖାଇବା ପୂର୍ବରୁ ଓ ରାତି ଖାଇବା ପରେ ୧୦-୧୫ ମିନିଟ୍ ଧରି ବାହାରେ ବୁଲିଆସନ୍ତୁ ଏବଂ ଏହି ସମୟକୁ ୩୦ ମିନିଟ୍ ପର୍ଯ୍ୟନ୍ତ ବଢେଇ ଚାଳନ୍ତୁ । ଚାଲିବା ବେଳେ ଧୀରେ ଧୀରେ ନ ଚାଲି ଜୋରରେ ଚାଳନ୍ତୁ । ଟିଭି ଦେଖିବାବେଳେ ରିମୋଟ୍ କଣ୍ଟ୍ରୋଲ ବ୍ୟବହାରନ କରି ବସିବା ଜାଗାରୁ ଉଠିଯାଇ ଚ୍ୟାନେଲ ପରିବର୍ତ୍ତନ କରନ୍ତୁ କି ଟିଭିର ସୁଇଚ୍ ଅଫ୍ କରନ୍ତୁ । ପିଇବା ପାଇଁ ଚାହିଁଲେ ପାଣି ଗିଲାସେ ଦିଅ ତ ବୋଲି କହି କାହାକୁ ବରାଦ ନ ଦେଇ ନିଜେ ଯାଇ ପାଣି ଢାଳି ପିଇ ଆସନ୍ତୁ । ଟେଲିଫୋନ୍ ରେ କଥା ହେବାବେଳେ ଚାଲିଚାଲି କଥା ହୁଅନ୍ତୁ । ଘରେ କିଛି ନା କିଛି ବ୍ୟାୟାମ ଉପକରଣ ରଖି ତା’ର ତା’ର ନିୟମିତ ସଦବ୍ୟବହାର କରନ୍ତୁ । ସାଇକେଲର ସର୍ବାଧିକ ସଦବ୍ୟବହାର କରନ୍ତୁ । ମନେରଖନ୍ତୁ – ଅଳ୍ପ ଦୂର ପାଇଁ ପାଦ ଓ ବେଶି ଦୂର ପାଇଁ ସାଇକେଲ୍ । ଅନ୍ୟମାନଙ୍କୁ ବରାଦ ନ କରି ନିଜ କାମ ନିଜେ ନିଜେ କରିପାରିଲେ ତାହା ସ୍ୱାସ୍ଥ୍ୟ ପ୍ରତି ହିତକର । ମନେରଖନ୍ତୁ ଯେ ଏବେ ଆରମ୍ଭ ହୋଇଗଲାଣି ଅଣସଂକ୍ରାମକ ରୋଗ ଗୁଡିକର ମହାମାରୀ ହୃଦ୍ ରୋଗ ଉଚ୍ଚ ରକ୍ତଚାପ, ଷ୍ଟ୍ରୋକ୍ ବିଷାଦ, ଦୀର୍ଘକାଳୀନ ଫୁସ୍ ଫୁସ୍ ରୋଗ, ଡାଇବେଟିସ୍, ଗଣ୍ଠିରୋଗ, ଅଷ୍ଟିଓ ପୋରୋସିସ୍ କ୍ୟାନସର ଇତ୍ୟାଦି ଜାତ କରିବାରେ କୌଣସି ଜୀବାଣୁ କି ଭୂତାଣୁ ଦାୟୀ ନୁହନ୍ତି । ପୁଣି ଏଗୁଡିକ ଆରମ୍ଭ ହେଲେ ଆରୋଗ୍ୟ ନ ହୋଇ ଲାଖିରହିଥିବ ଜୀବନସାରା । କିନ୍ତୁ ବଡ ଆଶ୍ଵାସନାର କଥା ଯେ ନିୟମିତ ଭାବରେ ଶାରୀରିକ ପରିଶ୍ରମ ଓ ବ୍ୟାୟାମ କରି ଏସବୁ ରୋଗୀକୁ ବହୁଳାଂଶରେ ନିବାରଣ କରିହେବ ଏବଂ ରୋଗ ଆରମ୍ଭ ହୋଇଯାଇଥିଲେ ରୋଗର ତୀବ୍ରତାକୁ ବହୁଳାଂଶରେ ହ୍ରାସ କରିଦେଇ ହେବ । ତେବେ ବ୍ୟାୟାମ କରିବା ଓ ଶାରୀରିକ ପରିଶ୍ରମ କରିବା ଏକ ଶୃଙ୍ଖଳା ଓ ଏହାକୁ ନିଷ୍ଠାର ସହ ପାଳନ କରିବା ବାଞ୍ଛନୀୟ । ଆଚ୍ଛା ଓଜନ ଠିକ୍ ଅଛି ? ପେଟ ବାହାରିନି? ପ୍ୟାଣ୍ଟର ବାତାମମାନ ଆରାମରେ ଦେଇ ହେଉଛି ? ପିଚରେ ବେଶି ଚର୍ବି ଜମିନି ? ମନ ପ୍ରଫୁଲ୍ଲ ଅଛି ? ତଥାପି ବି ଉପରୋକ୍ତ ପ୍ରକାରେ ନିଜର ଅଭ୍ୟାସ ଜାରି ରଖନ୍ତୁ । ଏପରି କାଲେ ଦୀର୍ଘସ୍ଥାୟୀ ସୁସ୍ଥତା ଓ ଦୀର୍ଘାୟୁ ଲାଭ ନିମନ୍ତେ ଦୃଢ ପ୍ରତିଶ୍ରୁତି ଦେଇହେବ । ଜାଣି ରଖିଥାନ୍ତୁ ଯେ କୌଣସି ଟିକସ ପଇଠ ନ କରି ଉତ୍ତମ ସ୍ୱାସ୍ଥ୍ୟ ଲାଭ ସମ୍ଭବ ନୁହେଁ; ଆଦୌ ସମ୍ଭବ ନୁହେଁ । ଆଧାର ଧରିତ୍ରୀ