ପିଜୁଳିର ପିଜୁଳି ଖାଇବାକୁ ଖୁବ୍ ସ୍ୱାଦିଷ୍ଟ । ହେଲେ ପାଟିକୁ ସ୍ୱାଦ ଲାଗୁଥିବା ଏହି ଫଳ ଅନେକ ଔଷଧୀୟ ଗୁଣରେଭରପୁର । ପେଟ ସମ୍ବନ୍ଧୀୟ ଅନେକ ରୋଗ ଦୂର କରିଥାଏ ପିଜୁଳି । ଏଥିରେ ଭିଟାମିନ୍ ଏ ଏବଂ ସି, ପୋଟାସିୟମ୍ ଏବଯ ଫାଇବର୍ ଭରପୁର ଥାଏ । ଯଦି ଭୋଜନ ପରେ ପିଜୁଳି ଖାଆନ୍ତି ତେବେ କୋଷ୍ଠ କାଠିନ୍ୟ ଭଳି ରୋଗରୁ ମୁକ୍ତି ମିଳିଥାଏ । ଏପରିକି ପିଜୁଳିର ମଂଜିକୁ ମଧ୍ୟ ଔଷଧରେ ବ୍ୟବହାର ବ୍ୟବହାର କରାଯାଏ । ଏବେ ନଜର ପକାନ୍ତୁ ଏହାର ଔଷଧୀୟ ଗୁଣ ଉପରେ । ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । ପିଜୁଳିର ଔଷଧୀୟ ଗୁଣ ଲେମ୍ବୁ ଏବଂ କମଳା ତୁଳନାରେ ପିଜୁଳିରେ ୪ ରୁ ୧୦ଗୁଣା ଅଧିକ ଭିଟାମିନ୍ ସି ଥାଏ । ରାତିରେ ଶୋଇବା ସମୟରେ ପଜୁଳିର ପତ୍ର ଗ୍ରାଇଣ୍ଡିଙ୍ଗ୍ କରି ଏକ କପଡାରେ ବାନ୍ଧି ଆଖିରେ ବାନ୍ଧଲେ ଆଖିରେ ହେଉଥିବା ପୀଡା ଦୂର ହୋଇଥାଏ । ପିଜୁଳିର ମଂଜିର ଗୁଣ୍ଡକୁ ପାଣି ସହ ଖାଇଲେ ଥଣ୍ଡାରୁ ତୁରନ୍ତ ମୁକ୍ତି ମିଳିଥାଏ । ପିଜୁଳି ଚୋପାକୁ ଚୋବାଇ ଖାଇଲେ ଦାନ୍ତ ବିନ୍ଧାରୁ ମୁକ୍ତି ମିଳିଥାଏ ପିଜୁଳିକୁ ଛୋଟ ଛୋଟ କରି କାଟି ପାଣିରେ ପକାନ୍ତୁ । କିଛି ସମୟ ପରେ ଏହି ପାଣିକୁ ପିଅନ୍ତୁ । ନିୟମିତ ଏହି ପାଣି ପିଇଲେ ମଧୁମେହ, ବହୁମୂତ୍ର ଭଳି ସମସ୍ୟା ଦୂର ହୋଇଥାଏ । ମଧୁମେହ ରୋଗ ପାଇଁ ପିଜୁଳି ପତ୍ରର କାଢା ଏକ ଅକାଟ୍ୟ ଔଷଧ ଭାବରେ କାମ କରେ ।ଏହାର ଲଗାତାର ସେବନ ଶରୀରରେ ଇନସୁଲିନର ସ୍ତରକୁ ନବଢାଇ ଗ୍ଲୁକୋଜକୁ ନିୟନ୍ତ୍ରିତ କରିଥାଏ । ପିଜୁଳି ପତ୍ରକୁ ବାଟି ଏହାର ପେଷ୍ଟକୁ ମୁହଁରେ ଲଗାଇଲେ ବ୍ରଣ ଭଲ ହୋଇଥାଏ । ଚୁଟି ଝଡିବା ବନ୍ଦ କରିବାରେ ସହାୟକ ହୋଇଥାଏ ପିଜୁଳି ପତ୍ର । ଏହାକୁ ପାଣିରେ ଫୁଟାଇ ଏହି ପାଣିକୁ ମୁଣ୍ଡରେ ଲଗାଇ ମାଲିସ୍ କଲେ ଅନେକ ଫାଇଦା ମିଳିଥାଏ । ଏହା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରିତ କରିଥାଏ । ପୁରା ଶରୀରରେ ରକ୍ତର ପ୍ରବାହକୁ ସନ୍ତୁଳିତ ରଖିଥାଏ । ଏହି ପତ୍ର ହାନୀକାରକ କୃମି ନାଶକ ମଧ୍ୟ । ଏହାକୁ ନିୟମିତ ଚୋବାଇଲେ ଶରୀରକୁ କ୍ଷତି ପହଂଚାଉଥିବା କୃମିକୁ ନଷ୍ଟ କରିଥାଏ । ଏହି ପତ୍ରକୁ ଚୋବାଇଲେ ପାଚନ ପ୍ରକ୍ରିୟା ମଜଭୁତ ହୋଇଥାଏ । ଏହା ସହ କୋଷ୍ଠକାଠିନ୍ୟ ଦୂର କରିବାରେ ସାହାଯ୍ୟ କରିଥାଏ । ଆଧାର: କନକ ନ୍ୟୁଜ