କଫି କଫି ସ୍ୱାସ୍ଥ୍ୟ ପକ୍ଷେ ବେଶ୍ ହିତକର । ଏଣୁ ପ୍ରତିଦିନ କଫିରୁ ସକାଳ ଆରମ୍ଭ କରନ୍ତୁ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ବିଭିନ୍ନ ପ୍ରକାର ରୋଗ ଦୂର କରେ । ତେବେ କଫିରେ କେଉଁ କେଉଁ ରୋଗ ଦୂର ହୁଏ ଆସନ୍ତୁ ଜାଣିବା ଚିନି କିମ୍ବା କ୍ଷୀର ନମିଶାଇ କଫି ପିଅନ୍ତୁ କଫୋନ୍ କିଛି ଘଣ୍ଟା ପାଇଁ କାମ କରିଥାଏ, ଏଣୁ ଦିନକୁ ୪-୫ ଥର କଫି ପିଆନ୍ତୁ । ବ୍ୟାୟାମ କରିବାର ୩୦ ମିନିଟ୍ ପୂର୍ବରୁ କଫି ପିଅନ୍ତୁ । ମେଟାବୋଲିଯିମ୍ ସକ୍ରିୟ ଏକ କପ୍ କଫି ମେଟାବୋଲିଯିମ୍ ତଥା ଶରୀରର ଶକ୍ତି ବୃଦ୍ଧିକାରୀ ପ୍ରକ୍ରିୟାକୁ ୧୦ ପ୍ରତିଶତ ସକ୍ରିୟ କରେ । ଏହାସହ କ୍ୟାଲୋରୀକୁ ନିୟନ୍ତ୍ରଣ କରି ଶରୀରକୁ ଫିଟ୍ ରଖେ । ଭୋକ ନିୟନ୍ତ୍ରଣ ଡାଏଟିଂ କରୁଥିଲେ କଫିକୁ ସାମିଲ କରନ୍ତୁ । ଏହା ଭୋକ ନିୟନ୍ତ୍ରଣ କରିବା ସହ ଶରୀରକୁ ଶକ୍ତି ପ୍ରଦାନ କରିଥାଏ । ବିନା ଚିନି ଓ କ୍ଷୀରରେ କଫି ପିଅନ୍ତୁ । ଶରୀର ଫିଟ୍ ରହେ କଫିରେ ଥିବା କାଫେନ୍ ଶରୀରକୁ ଫିଟ୍ ରଖେ। ମାଂସପେଶୀ ଶକ୍ତିଶାଳୀ, ମେଦହ୍ରାସ ଆଦି କଫି ପିଇବା ଦ୍ଵାରା ହୋଇଥାଏ । ଯାହା ପ୍ରାୟ ୩୦-୧୨୦ ମିନିଟ୍ ବ୍ୟାୟାମ କରିବା ଦ୍ଵାରା ମିଳିଥାଏ । ସ୍ମରଣ ଶକ୍ତି ବୃଦ୍ଧି କଫି ପିଇବା ଦ୍ଵାରା ସ୍ମରଣ ସ୍ମରଣ ଶକ୍ତି ବୃଦ୍ଧି ହୋଇଥାଏ । ଏଥିରେ ଥିବା କାଫେନ୍ ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ଏକାଗ୍ରତା ବଢାଏ । ଡାଇବେଟିସ୍ ପ୍ରତିଦିନ କଫି ପିଉଥିବା ବ୍ୟକ୍ତିଠାରେ ଟାଇଫ୍ ୨ ଡାଇବେଟିସ୍ ଆଶଙ୍କା କମ୍ ଥାଏ । କଫି ପିଇବା ଦ୍ଵାରା ଇନ୍ସୁଲିନ୍ ସୃଷ୍ଟି କରୁଥିବା କୋଷ ସକ୍ରିୟ ରହେ । ରକ୍ତ ଶର୍କରା ନିୟନ୍ତ୍ରଣରେ ରହେ । ଶରୀରର ପ୍ରତ୍ୟେକ କୋଷ ସକ୍ରିୟ ହୁଏ । କଫିରେ କାଫିନ୍ ଏସିଡ୍ ରହିଛି, ଯାହା ଟାଇଫ୍ ୨ ଡାଇବେଟିସ୍ କୁ ନିୟନ୍ତ୍ରଣରେ ରଖିବାରେ ସହାୟକ ହୋଇଥାଏ । କର୍କଟ କଫି ପିଇବା ଦ୍ଵାରା କ୍ୟାନସର ଆଶଙ୍କା ହ୍ରାସ ପାଏ । ଗବେଷକଙ୍କ କହିବ ଅନୁଯାୟୀ ଯେଉଁ ମହିଳା ଦିନକୁ ଏକ କପ୍ କଫି ପିଅନ୍ତି, ତାଙ୍କଠାରେ ଦନ୍ତ୍ର, ସ୍ତନ ଓ ଗର୍ଭାଶୟକର୍କଟ ଆଶଙ୍କା ହ୍ରାସ ପାଏ । ଗବେଷଣାରେ ଦେଖା ଯାଇଥିଲା, ନିୟମିତ କଳାକଫି ପିଉଥିବା ୨୫ ପ୍ରତିଶତ ମହିଳାଙ୍କଠାରେ କ୍ୟାନସର ଆଶଙ୍କା ନଥିଲା ଆଲ୍ଜିମର୍ ନିୟମିତ କଫି ପିଉଥିବା ଲୋକଠାରେ ଆଲ୍ଜିମର୍ ରୋଗ ହେଖାଯାଏ ନାହିଁ । ବିଭିନ୍ ପ୍ରକାର ଚିନ୍ତାକୁ ଦୂର କରିବାରେ ମଧ୍ୟ କଫି ସହାୟକ ହୋଇଥାଏ । ଗବେଷକମାନେ ପ୍ରକାଶ କରିଛନ୍ତି ଯେ ଆଲ୍ଜିମର୍ ରୋଗୀ ଦିନକୁ ୫ କପ୍ କଫି ପିଇଲେ, ରୋଗରୁ କ୍ରମଶଃ ଉପଶମ ମିଳିଥାଏ । ଗାଉଟ୍ କଫିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଗ୍ରାନ୍ ଟି’ଠାରୁ ମଧ୍ୟ ଅଧିକ ଆଣ୍ଟିଅକ୍ସିଡାଣ୍ଟ ଏଥିରେ ରହିଛି । ଗଣ୍ଠିବାତ, ଦେହହାତ ପନ୍ତ୍ରଣା ତଥା ଗାଉଟ୍ ପରି ରୋଗ ଏହାଦ୍ଵାରା ଦୂର ହୁଏ । ଶରୀରର ପ୍ରତ୍ୟେକ ନିଷ୍କ୍ରିୟ କୋଷ ସକ୍ରିୟ ହୋଇଥାନ୍ତି । ଏହାଦ୍ଵାରା ହୃଦ୍ ରୋଗ ମଧ୍ୟ ଦୂର ହୋଇଥାଏ । ଯକୃତ କର୍କଟ ପ୍ରତ୍ୟହ କଫି ପିଉଥିବା ଲୋକଠାରେ ଯକୃତ କର୍କଟ ଆଶଙ୍କା କମ୍ ଦେଖାଯାଏ । ଗବେଷଣାରେ କିଛି ଲୋକଙ୍କୁ ସାମିଲ କରଯାଇଥିଲା । ପରେ ଦେଖାଯାଇଥିଲା କଫି ଯକୃତକୁ ଅଧିକ ସକ୍ରିୟ ରଖିଥିଲା । କଫି ପିଇବା ଦ୍ଵାରା ଯକୃତ ସହିତ ସମଗ୍ର ଶରୀର ସୂସ୍ଥ ଥିଲା । ଭୁଲିବାପଣ ଏକ କପ୍ କଫିରେ ୧୦୦ ମିଲିଗ୍ରାମ୍ କାଫେନ୍ ଥାଏ । ଆମେରିକାର ଗବେଷକଙ୍କ କହିବାନୁଯାୟୀ, ସ୍ମରଣ ଶକ୍ତି ଓ ଏକାଗ୍ରତା ଧରି ରଖୁଥିବା କୋଷ ଉପରେ କାଫେନ୍ ର ସକ୍ରିୟ ପ୍ରଭାବ ପଡେ । ଫଳରେ କଫି ପିଇବା ଦ୍ଵାରା ସ୍ମରଣ ଶକ୍ତି ବୃଦ୍ଧି ହେବା ସହ ଏକାଗ୍ରତା ବଢିଥାଏ । ହୃଦ୍ ରୋଗ ୩୭ ହଜାର ଲୋକଙ୍କୁ ନେଇ ହୋଇଥିବା ଗବେଷଣାରୁ ଜଣାପଡିଛି, ଦିନକୁ ୨ ରୁ ୪ କପ୍ କଫି ପିଉଥିବା ବ୍ୟକ୍ତିର ହୃଦ୍ ରୋଗ ୨୦ ପ୍ରତିଶତ କମ୍ ଅନ୍ୟ ବ୍ୟକ୍ତିମାନଙ୍କଠାରୁ । ଏଣୁ ହୃଦ୍ ରୋଗୀଙ୍କୁ କଫି ପିଇବା ପାଇଁ ଡାକ୍ତରମାନେ ପରାମର୍ଶ ହେଇଥାନ୍ତି । ହୁଶ୍ଚିନ୍ତା ଗବେଷଣାରୁ ଜଣାପଡିଛି ଜେଆର, କଫି ପିଇବା ଦ୍ଵାରା ଉଭୟ ମହିଳା ଓ ପୁରୁଷଙ୍କୁ ଚିନ୍ତା ଦୂର ହୁଏ । କଫିରେ ଥିବା କାଫେନ୍ ସ୍ନାୟୁକୁ ସକ୍ରିୟ କରେ । ମନରେ ଶାନ୍ତ ଓ ଏକାଗ୍ରତା ଆଣେ । ଏଣୁ ପ୍ରତିଦିନ ୨-୩ ଥର କଫି ପିଇବା ଆବଶ୍ୟକ । ଏହା ମନକୁ ଶାନ୍ତ ରଖିବା ସହ ଶରୀରକୁ ଶକ୍ତି ଯୋଗାଏ । ସପେଟାରେ ବିଭିନ୍ନ ରୋଗ ଦୂର ସପେଟା ଖାଇବା ଦ୍ଵାରା ଦୃଷ୍ଟିଶକ୍ତି ବୃଦ୍ଧି ହେବା ସହ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ । ବିଭିନ୍ନ ପ୍ରକାର କର୍କଟ ଓ ତ୍ଵଚା ରୋଗ ଦୂର ହୋଇଥାଏ । କୋଷ୍ଠକାଠିନ୍ୟ, ଡାଇରିଆ, ଥଣ୍ଡା, କଫ ଆଦି ସମସ୍ୟା ସପୋଟା ଖାଇବା ଦ୍ଵାରା ଦେଖାଯାଏ ନାହିଁ । ଗର୍ଭଧାରଣ ସମୟରେ ଏହାକୁ ଖାଇବା ବହୁତ ଭଲ । ଏହା ଚିନ୍ତା ଦୂର କରିବା ସହ ଶକ୍ତି ବୃଦ୍ଧି କରେ । ଦାନ୍ତ ସୁସ୍ଥ ରହିବା ସହ କିଡ୍ନୀ ଷ୍ଟୋନ୍ ଦୂର କରେ ଏବଂ ମାନସିକ ଅବସ୍ଥାକୁ ସୁଦୃଢ କରେ । ତ୍ଵଚା ଉଜ୍ଵଳ କରେ ବରକୋଳି ବରକୋଳିରେ ପ୍ରଚୁର ମାତ୍ରାରେ ଆଣ୍ଟିଅକ୍ସିଡାଣ୍ଟ ରହିଛି । ଏହା ତ୍ଵଚାକୁ ଉଜ୍ଵଳ କରିବା ସହ ଶରୀରରେ ବୟସର ଛାପ ପକାଏ ନାହିଁ ରକ୍ତକୁ ଶୁଦ୍ଧ କରେ । ତ୍ଵଚା ରୋଗ ଦୂର କରିବା ସହ ଯକୃତକୁ ସୁସ୍ଥ ରଖେ । ଏହା ଓଜନ ନିୟନ୍ତ୍ରଣରେ ସହାୟକ ହୋଇଥାଏ । ଏହାଦ୍ୱାରା ଖାଦ୍ଯ ସହଜରେ ହଜମ ହେବା ସହ ପାଚନ ତନ୍ତ୍ର ମଜବୃତ ହୋଇଥାଏ । ବରକୋଳିରେ ପ୍ରଚୁର ମାତ୍ରାରେ ଫସ୍ ଫରସ୍, କ୍ୟାଲସିୟୁମ୍ ଏବଂ ଆଇରନ୍ ରହିଛି । ଏହା ହାଡକୁ ମଜବୁତ କରିବା ସଙ୍ଗେ ଦାନ୍ତକୁ ସୁଦୃଢ କରିଥାଏ ଏବଂ ମାଂସାପେଶୀକୁ ସୁସ୍ଥ ରଖିବାରେ ମଧ୍ୟ ସହାୟକ ହୋଇଥାଏ । ପିଆଜ ସଣ୍ଡା ପିଆଜ ସଣ୍ଡାରେ ହୃତ୍ପିଣ୍ଡ ସୁସ୍ଥ୍ୟ ରହେ, ରକ୍ତଚାପ ନିୟନ୍ତ୍ରଣ ହୁଏ, କୋଲେଷ୍ଟରଲ ହ୍ରାସ ପାଏ, ଡାଇବେଟିସ୍ ରୁ ମୁକ୍ତି ମିଳେ, ହଜମ କ୍ରିୟା ଠିକ୍ ଭାବରେ ହୁଏ, ରୋଗ ପ୍ରତିରୋଧକ ଶକ୍ତି ବଢେ, ଗଣ୍ଠି ଯନ୍ତ୍ରଣା ଓ ଶ୍ଵାସରୁ ରକ୍ଷା ମିଳେ, ଦ୍ରୁଷ୍ଟି ଶକ୍ତି ବୃଦ୍ଧି ହୁଏ ଓ ତ୍ଵଚାରେ ହେଉଥିବା କୁଞ୍ଚ ଦୂର ହୁଏ । କୃମି ମୁଖ୍ୟତଃ ପିଲାଙ୍କଠାରୁ କୃମି ସମସ୍ୟା ଦେଖାଦେଇଥାଏ । ଏଭଳି ସମସ୍ୟା ଦୂରେଇବା ପାଇଁ ହାତପାହାନ୍ତାରେ ମିଳୁଥିବା କିଛି ଘରୋଇ ଚିକିତ୍ସା ଆପଣନ୍ତୁ । ତୁଳସୀ ପତ୍ର କୃମି ପାଇଁ ତୁଳସୀ ପତ୍ର ତୁଲସୀ ମଞ୍ଜିକୁ ଶୁଖାଇ ଏହାକୁ ଚୂର୍ଣ୍ଣ କରି ପିଲାଙ୍କୁ ଖୁଆନ୍ତୁ । ଏହା ବହୁ ଶୀଘ୍ର କୃମିକୁ ମାରିଦିଏ । ଗାଜର କୃମିରୁ ରକ୍ଷା ପାଇବା ପାଇଁ ସକାଳୁ ଖାଲି ପେଟରେ ଗାଜରକୁ ବାଟି ପିଲାକୁ ଖୁଆନ୍ତୁ । ସକାଳୁ ଖାଲି ପେଟରେ ଗାଜର ବତୀ ଖାଇବା ଦ୍ଵାରା କୃମି ମାରିବା ସହ ଶରୀର ସମସ୍ତ ପରଜୀବୀଙ୍କ ନାଶ ହୋଇଥାଏ । ଏଥିସହିତ ଶରୀର ସୁସ୍ଥ୍ୟ ରହିଥାଏ । ରସୁଣ ରସୁଣରେ ଆଣ୍ଟିସେପ୍ଟିକ୍ ଏବଂ ଆଣ୍ଟିଫଙ୍ଗାଲ୍ ଗୁଣ ରହିଛି । ଦିନକୁ ୩ଟି ରସୁଣ କୋଲା ପିଲକୁ ଖୁଆନ୍ତୁ । ଏହାଦ୍ୱାରା ପେଟରୁ କୃମି ଶୀଘ୍ର ନଷ୍ଟ ହୋଇଯିବ । କଲରା ଏକ ଚାମଚ କଲରା ରସ ସହ ଏକ ଗ୍ଲାସ କ୍ଷୀର ମିଶାଇ ତିନି ଦିନ ପର୍ଯ୍ୟନ୍ତ ପିଲାକୁ ପିଆନ୍ତୁ । ଏହାଦ୍ୱାରା ବହୁଶୀଘ୍ର କୃମି ଯନ୍ତ୍ରଣା ମୁକ୍ତି ମିଳେ । ଆଧାର: ପ୍ରମେୟ