ଉପଦଂଶ ଉପଦଂଶ ଏକ ସଂକ୍ରାମକ ଅସୁରକ୍ଷିତ ଯୌନ ସମ୍ପର୍କିତ ରୋଗ । ଏହା ସ୍ତ୍ରୀ ପୁରୁଷ ଏ ସନ୍ତାନକୁ ମଧ୍ୟ ହୋଇଥାଏ । ଉପଦଂଶ ସଂକ୍ରମିତ ପୁରୁଷ ସ୍ତ୍ରୀ ସହ ଓ ସ୍ତ୍ରୀ ପୁରୁଷ ସହ ଯୌନସମ୍ପର୍କ ରଖିଲେ ହୋଇଥାଏ । ପୁରୁଷ ସଂକ୍ରମିତ ହୋଇଥିଲେ ଯେତେ ଶୀଘ୍ର ସ୍ତ୍ରୀକୁ ନ ହୁଏ ମାତ୍ର ସ୍ତ୍ରୀ ସଂକ୍ରମଣ ହୋଇଥିଲେ ପଥମଥର ମିଳିନରେ ମଧ୍ୟ ପୁରୁଷକୁ ଉକ୍ତ ରୋଗ ସଂକ୍ରମିତ ହୋଇଥାଏ । ଲକ୍ଷଣ ପୁରୁଷ ବହଳିଆ ସବୁଜଯୁକ୍ତ ଦଳଦିଆ ଗନ୍ଦସ୍ରାବ ଯୌନନେନ୍ଦ୍ରିୟରୁ ହୁଏ । ପରିସ୍ରା ସମୟରେ ଅତ୍ୟଧିକ କଷ୍ଟ ହୁଏ । ଲିଙ୍ଗର ଅଗ୍ରଭାସ ଫୁଲିକରି ଦରଜ ଅନୁଭବ ହୁଏ ,। ବେଶି ସ୍ରାବ ହେଲେ ଲିଙ୍ଗର ପାର୍ଶ୍ଵରେ ଥିବା ଗ୍ରନ୍ଥି ଫୁଲିଯାଏ। Prostategland ଟି ଫୁଲିଯାଏ । ଶୁକ୍ରନଳୀଟି ଚାପିଲେ ଫୁଲିଳା ଭଳି ଜଣାଯାଏ। ଗଣ୍ଠିଗୁଡିକ ଦରଜ ରହେ । ଶରୀର ଅତ୍ୟନ୍ତ ଦୁର୍ବଳ ଲାଗିବା ସହ ବିନ୍ଧା ଓ ଦରଜ ଲାଗେ । ସମୟ ସମୟରେ ସ୍ଥାନିକ ଜ୍ଵଳନ ହୋଇପାରି ବୋଧହୁଏ । 10. ଉକ୍ତ ଲସା ବାହାରିବା ସମୟରେ ଅତି ପୀଡା ହୁଏ । ସ୍ତ୍ରୀ ଯୋନିରୁ ଦୁର୍ଗନ୍ଧଯୁକ୍ତ ସ୍ରାବ ହୁଏ । ଏଥିରେ ସାଧାରଣତଃ ଗର୍ଭାଶୟ ମୁଖ ( cervix)ଟି ଫୁଲିଥାଏ । ପରିସ୍ରା ବାରମ୍ବାର ବା କମ୍ ହୁଏ । ଗ୍ରନ୍ଥି ଗୁଡିକ ପ୍ରାୟ ମୁଖ୍ଯତଃ ଜଂଘ ଗ୍ରନ୍ଥି ( Inguinalgland) ପ୍ରାୟତଃ ଫୁଲିଥାଏ । ଗଣ୍ଠିଗୁଡିକ ଦରଜ । ବିନ୍ଧା ବା ଫୁଲିଥାଏ । ପରିସ୍ରା ନଳୀ ରେ ଫୁଲା ଥାଏ ବା ଦରଜ ଥାଏ । କ୍ରମଶଃ ଗଣ୍ଠିବିନ୍ଧା ଓ ଦରଜ ହୁଏ । ଚକ୍ଷୁଗୁଡିକ ଲାଲ ବା ଫୁଲା ରହେ ବା ପାଣି ଗଦେ । ଶେଷରେ ଉକ୍ତ ରୋଗର ଚିକିତ୍ସା ନ କଲେ କର୍କଟ ମଧ୍ୟ ହୋଇପାରେ । ଚିକିତ୍ସା ସଂକ୍ରମିତ ପୁରୁଷ, ସ୍ତ୍ରୀ ଇଭୟ ମିଲନ ନିଷେଧଯେତେ ପର୍ଯ୍ୟନ୍ତ ଉକ୍ତ ସଂକ୍ରମଣ ନ କମିଛି । ପ୍ରତ୍ଯେକ ଦିନ କିଛି ନିମ୍ବ ଛାଲି ବା ପାତ୍ର ନେଇ ତା’ର ଚାରିଗୁଣ ଜଳ ଦେଇ ନିଆଁରେ ଶିଝାଇବେ । ୧ ଗୁଣ ଜଳ ରହିଲେ ଓହ୍ମାଳ ଛାଣି ସେହି ଜଳରେ ପୁରୁଷର ଳିଙ୍ଗ ଓ ସ୍ତ୍ରୀର ଯାଉନାଙ୍ଗ ଓ ଗର୍ଭାଶୟ ମୁଖ୍ୟ ( Cervix) କୁ ସକାଳ ଓ ସନ୍ଧ୍ୟାରେ ୨ ଥର ଧୌତ କରିବା ଉଚିତ୍ । ଯୌନେନ୍ଦ୍ରିୟକୁ ବା ଜନନେନ୍ଦ୍ରିୟକୁ ଧୌତ ପରେ ଖାଣ୍ଟି ଗୋଘୁତ – ୧୦୦ ଗ୍ରାମ ନିମ୍ବ ଛାଲି ଗୁଣ୍ଡ – ୫୦ ଗ୍ରାମହଳଦୀ – ୫୦ ଗ୍ରାମ, କାଶୀଶ – ୨୦ ଗ୍ରାମ ଗୁଣ୍ଡକରି ମିଶାଇ ମଲମ ଭଳି ହେଲେ ଳିଙ୍ଗ ଓ ଗର୍ଭାଶୟ ମୁଖ୍ୟରେ ଲଗାଇବେ । ଆବସ୍ଥିକ ଲକ୍ଷଣକୁ ନେଇ ଚିକିତ୍ସା କରିବା ଉଚିତ୍ । ଅର୍ଥାତ୍ ଦେହ ଦରଜ ଥିଲେ ଦେହଦରଜ ଔଷଧ ଖାଇବ । ମୁଣ୍ଡ ବିନ୍ଧା ହେଲେ ମୁଣ୍ଡବିନ୍ଧା ଔଷଧ ଖାଇବ ଇତ୍ୟାଦି । ନିମ୍ନୋକ୍ତ ଔଷଧକୁ ଉଭୟ ସ୍ତ୍ରୀ ଓ ପୁରୁଷ ପାନ କରିବେ ତଥା ମୈଥୁନ ବର୍ଜନୀୟ ଓ ସର୍ବଦା ସଂକ୍ରମଣରୁ ଦୂରରେ ରହିବା ପାଇଁ ଚେଷ୍ଟିତ ହେବେଯଥା – ଲୁଗାପଟା ପ୍ରତ୍ୟେହ ଗରମ ପାଣିରେ ଧୌତ କରିବେ ଓ ସର୍ବଦ ସଫା ରହିବାକୁ ଚେଷ୍ଟା କରିବେ । ଆଧାର ଡା . ଅନିଲ କୁମାର ଦାଶ, ସରକାରୀ ଆୟୁର୍ବେଦ ଚିକିତ୍ସା