ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି ଶରୀରର ଭାରସାମ୍ୟ ରକ୍ଷା କରିବାରେ ପାଦର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି। ଏହାଛଡ଼ା ଶରୀରକୁ ଗୋଟିଏ ସ୍ଥାନରୁ ନେଇ ଅନ୍ୟ ଏକ ସ୍ଥାନରେ ପହଞ୍ଚାଇବାରେ ପାଦ ଗୁରୁ ଦାୟିତ୍ଵ ବହନ କରିଥାଏ । ତେବେ ଅନେକ ସମୟରେ କୌଣସି କାରଣରୁ ପାଦରେ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ଏହାର ନିରାକରଣ ଦିଗରେ ଯଥାସମ୍ଭବ ଉଦ୍ୟମ କରିବା ଆବଶ୍ୟକ । ପାଦତଳେ ଥିବା ଲିଗାମେଣ୍ଟରେ ଚାପ ସୃଷ୍ଟି ହେବା ଯୋଗୁଁ ପାଦରେ ଯନ୍ତ୍ରଣା ସୃଷ୍ଟି ହୋଇଥାଏ । ଏହାକୁ ପ୍ଲାଣ୍ଟର ଫାସିଆ କୁହାଯାଇଥାଏ । ଗୋଇଠିରେ ଏବଂ ପାଦର ଠିକ ତଳ ଅଂଶରେ ସାଧାରଣତଃ ପ୍ଳାଣ୍ଟର ଫାସିଆ ସୃଷ୍ଟି ହୋଇଥାଏ । କିନ୍ତୁ। ପାଦର ତଳ ଅଂଶର ଯେକୌଣସି ସ୍ଥାନରେ ଏହି ଯନ୍ତ୍ରଣା ଦେଖାଦେଇଥାଏ । ପ୍ଲାଣ୍ଟର ଫାସିଟିସ୍ର କାରଣ କ'ଣ ? ପ୍ଲାଣ୍ଟର ଫାସିଟିସ୍ (ପ୍ଲାଣ୍ଟର ଫାସିଆ ଲିଗାମେଣ୍ଟରେ ଜଳାପୋଡା) ସାଧାରଣତଃ ଲିଗାମେଣ୍ଟର ମାଇକ୍ରୋ ଟିଅରରେ ଷ୍ଟ୍ରାନ୍ ବା ଆଘାତ ଯୋଗୁ ସୃଷ୍ଟି ହୋଇଥାଏ । ଏଥିସହିତ ଗୋଇଠି ହାଡ ତଥା ତଳିପାଦର ଅନ୍ୟ ଅଂଶ ସହିତ ସଂଯୁକ୍ତ ଥିବାରୁ ଏସବୁ କ୍ଷେତ୍ରରେ ମଧ୍ୟ ଯନ୍ତ୍ରଣା ଅନୁଭୂତ ହୋଇଥାଏ । ସୂଚନାଯୋଗ୍ୟ, ପ୍ଲାଣ୍ଟର ଫାସିଆ ମନୁଷ୍ୟ ଶରୀରର ବୃହତ୍ତମ ଲିଗାମେଣ୍ଟ । ପାଦ ତଳର ପ୍ଲାଣ୍ଟର ଫାସିଆର କେଉଁ ସ୍ଥାନରେ ଆଘାତ ଲାଗିଥାଏ ? ପ୍ଲାଣ୍ଟର ଫାସିଆ ଟିସ୍ୟୁର ଏକ ଫ୍ଲାଟ ବ୍ୟାଣ୍ଡା(ଲିଗାମେଣ୍ଟ) | ଏହା ମଣିଷର ଗୋଇଠି ହାଡ଼ ସନ୍ଦିତ ପାଦ ଅଙ୍ଗୁଳି ଗୁଡିକୁ ସଂଯୋଗ କରିଥାଏ । ତେଣୁ ଯଦି ମଣିଷର ପ୍ଲାଣ୍ଟର ଫାସିଆରେ ଷ୍ଟ୍ରେନ ସୃଷ୍ଟି ହୁଏ, ତେବେ ଏହା ଦୁର୍ବଳ ହେବା ସହିତ ଏହା ଫୁଲିଯାଇଥାଏ ଏବଂ ଏଠାରେ ଯନ୍ତ୍ରଣା (ଜଳାପୋଡା) ସୃଷ୍ଟି ହୋଇଥାଏ । ଫଳରେ ବ୍ୟକ୍ତି ଠିଆହେବା ସମୟରେ କିମ୍ବା ଚାଲିବା ସମୟରେ ଗୋଇଠି କିମ୍ବା ପାଦତଳେ ଯନ୍ତ୍ରଣା ଉତ୍ପାନ୍ନ ହୋଇଥାଏ । ପ୍ଳାଣ୍ଟର ଫାସିଆର ଚିକିତ୍ସା ପାଦକୁ ବିଶ୍ରାମ ଦିଅନ୍ତୁ । ଜଳାପୋଡା ଏବଂ ଯନ୍ତ୍ରଣାର ଉପଶମ ପାଇଁ ପାଦତଳେ ବରଫ ଘଷନ୍ତ । ପାଦ ଉପଯୋଗୀ ଭଲ ସକ ଆବଜରପସନ୍ ଏବଂ ଉପଯୁକ୍ତ ସହାୟତା ଉପଲବ୍ଧ କରାଉଥିବା ଜୋତା ପିନ୍ଧିନ୍ତୁ । ହିଲୁ କପ୍ କିମ୍ବା ସୁଇନସର୍ଟ ଅର୍ଥାଟିକ୍ସ) ବ୍ୟବହାର କରନ୍ତୁ, ଯାହା ଆପଣଙ୍କ ଗୋଇଠିରେ କୁସନ ଉପଲବ୍ଧ କରାଇବ । ସକାଳେ ଶଯ୍ୟରୁ ଉଠିବା ପରେ ଆପଣ ଜୋତା ପରିଧାନ କରନ୍ତୁ ପାଦର ଯତ୍ର କିପରି ନେବେ ଯଥାସମ୍ଭବ ଆପଣ ପାଦର ଯତ୍ନ ନିଅନ୍ତୁ । ଗୋଇଠି ପଛରେ ଥିବା କାଲଫ ମାଂସପେଶାର ସମ୍ପ୍ରସାରଣ ପାଇଁ ବ୍ୟାୟାମ କରନ୍ତୁ । ଆପଣଙ୍କ ଉଚ୍ଚତା ଅନୁସାରେ ଉପଯୁକ୍ତ ସ୍ବାସୁସ୍ଥ୍ୟକର ଓଜନ ସମନ୍ୱିତ କରନ୍ତୁ । ଉପଯୁକ୍ତ ବ୍ୟାୟାମ ଅଭ୍ୟାସ ଅବଲମ୍ବନ କରନ୍ତୁ । ଯଦି ଆପଣ ବୌଡ଼ୁଛନ୍ତି ତେବେ ଅନ୍ୟ ଖେଳ ପ୍ରତି ଧ୍ୟାନ ଦିଅନ୍ତୁ । ଯାହା ଗୋଇଠିରେ ଯନ୍ତ୍ରଣା ସୃଷ୍ଟି କରିବ ନାହିଁ। ଗୋଇଠିରେ ଆଘାତ ସୃଷ୍ଟି ହେଲେ ଘ୍ରାଣ୍ଟର ଫାସିଆର ଯନ୍ତ୍ରଣା ଉପଶମ ପାଇଁ ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ବରଫ ଥଳି ବ୍ୟବହାର କରି ଫୁଲା, ଜଳାପୋଡା ଏବଂ ଯନ୍ତ୍ରଣାର ଉପଶମ କରନ୍ତୁ । ଗୋଇଠିରେ ଯନ୍ତ୍ରଣା ହେଲେ କିଛିଦିନ ପାଇଁ ଆପଣ ପାଦକୁ ବିଶ୍ରାମ ଦିଅନ୍ତୁ । ଆପଣଙ୍କର ପାଦର ଉପଯୁକ୍ତ ବ୍ୟାୟାମ କରନ୍ତୁ । ରାତ୍ରିରେ ଶୋଇବାକୁ ଯିବା ପୂର୍ବରୁ ପାଦକୁ ଉଷୁମ ପାଣିରେ ପରିଷ୍କାର ଭାବେ ସଫା କରି ଶୋଇବାକୁ ଯାଆନ୍ତୁ । ନିୟମିତ ବ୍ୟବଧାନରେ ପାଦ ଏବଂ ନଖକୁ ବ୍ରସରେ ସାବୁନ ସାହାଯ୍ୟରେ ସଫା କରନ୍ତୁ । ୫. ପାଦ ସଂକ୍ରାନ୍ତ କିଛି ମସ୍ୟା ଉପୁଜିଲେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । ସଂଗୃହିତ: ଡାକ୍ତର(କ୍ୟାପଟେନ୍) ସାର୍ଥକ ପଟ୍ଟନାୟକ, ସ୍ପୋର୍ଟସ୍ ଆଣ୍ଡ୍ ଆର୍ଥୋସ୍କୋପି ସର୍ଜନ